Live Love Laugh...
Article. Published on Sept 27, 2019.

ମନୋବିଜ୍ଞାନରେ କ୍ୟାରିୟର

Therapist

ଆପଣ ମନୋବିଜ୍ଞାନରେ କ୍ୟାରିୟର କରିପାରିବେ କି?

କଣ ଆପଣ ଲୋକଙ୍କ ବ୍ୟବହାର ପାଇଁ କେବେ ଚିନ୍ତିତ ବା ଉତ୍ସୁକ ହେଇଛନ୍ତି କି? କଣ ଆପଣ ଜଣେ ଉତ୍ତମ ସ୍ରୋତା, ଉତ୍ସୁକ ଅନୁଧ୍ୟାନକାରୀ ବା ବାସ୍ତବରେ ଉତ୍ସୁକ ଅଟନ୍ତି ଯେ ଲୋକମାନେ କାହିଁକି ଏପରି ବ୍ୟବହାର କରିଥାନ୍ତି ? ଯଦି ଏପରି ହୋଇଥାଏ ତେବେ ମନୋବିଜ୍ଞାନ ଆପଣଙ୍କୁ ପ୍ରଭାବିତ କରିପାରେ। କିଛି ବର୍ଷ ପୂର୍ବେ, ପେଶା ବାଛିବା ପାଇଁ ସୀମିତ ସୁବିଧା ରହିଥିଲା। ବର୍ତ୍ତମାନ, ଅନ୍ୟପକ୍ଷରେ ବିଭିନ୍ନ ପେଶାରେ ପର୍ଯ୍ୟାପ୍ତ ପସନ୍ଦ ଓ ସୁଯୋଗ ରହିଛି। ମନୋବିଜ୍ଞାନ ଅନ୍ତର୍ଭୁକ୍ତ ବିଭିନ୍ନ ବିଷୟ ଗୁଡ଼ିକରେ ଏଠାରେ ସୂଚନା ପ୍ରଦାନ କରାଯାଇଛି ଯଦ୍ବାରା ଆପଣ ଏଥିରେ କ୍ୟରିୟର ଗଠନ କରିବା ବିଷୟରେ ନିଷ୍ପତ୍ତି ନେଇପାରିବେ।


ପ୍ରଥମ ବିଷୟ ପ୍ରଥମେ : ମନୋବିଜ୍ଞାନ କଣ?

ଆପଣ ଲୋକମାନଙ୍କ ବ୍ୟବହାର ପ୍ରତି ଆଗ୍ରହୀ ବା ଉତ୍ସୁକ ଅଟନ୍ତି କି? ଲୋକମାନେ କାହିଁକି ଏପରି ବ୍ୟବହାର କରନ୍ତି ତାହାକୁ ଜାଣିବା ଓ ବୁଝିବା ନିମନ୍ତେ ଆପଣ ଜଣେ ଉତ୍ତମ ସ୍ରୋତା, ଉତ୍ତମ ଅନୁଧ୍ୟାନକାରୀ ବା ଜଣେ ଉତ୍ସୁକ ବ୍ୟକ୍ତି ଅଟନ୍ତି କି? ଯଦି ଏପରି ହୋଇଥାଏ ତେବେ ମନୋବିଜ୍ଞାନ ଆପଣଙ୍କୁ ପ୍ରଭାବିତ କରିପାରେ। କିଛି ବର୍ଷ ପୂର୍ବେ, ପେଶା ବାଛିବା ପାଇଁ ସୀମିତ ସୁବିଧା ରହିଥିଲା। ବର୍ତ୍ତମାନ, ଅନ୍ୟପକ୍ଷରେ ବିଭିନ୍ନ ପେଶାରେ ପର୍ଯ୍ୟାପ୍ତ ପସନ୍ଦ ଓ ସୁଯୋଗ ରହିଛି। ମନୋବିଜ୍ଞାନ ଅନ୍ତର୍ଭୁକ୍ତ ବିଭିନ୍ନ ବିଷୟ ଗୁଡ଼ିକରେ ଏଠାରେ ସୂଚନା ପ୍ରଦାନ କରାଯାଇଛି ଯଦ୍ବାରା ଆପଣ ଏଥିରେ କ୍ୟରିୟର ଗଠନ କରିବା ବିଷୟରେ ନିଷ୍ପତ୍ତି ନେଇପାରିବେ।

ଆପଣଙ୍କ ନିକଟରେ ଥିବା ବିକଳ୍ପ

ସାଧାରଣ ଭାବରେ, ମନୋବିଜ୍ଞାନକୁ ପିଓର/ ଏକ୍ସପେରିମେଣ୍ଟାଲ୍ ଓ ଆପ୍ଲାଏଡ୍‌ ମନୋବିଜ୍ଞାନ ଭାବରେ ବିଭକ୍ତ କରାଯାଇଛି|
Pure Psychology

ପ୍ରାୟୋଗିକ ବା ଶୁଦ୍ଧ ମନୋବିଜ୍ଞାନ

ଏହା ବହୁଳ ଭାବରେ ଥିଓରୀ ଓ ପ୍ରୟୋଗ ଉପରେ ନିର୍ଭର କରେ। ଏହି ଶାଖା ଗୁଡ଼ିକ ନୀତିର ସୃଷ୍ଟି, ଥିଓରୀ ସହିତ କାର୍ଯ୍ୟ କରିଥାନ୍ତି ଓ ବ୍ୟବହାରର ଆକଳନ କରିବା ପାଇଁ ବିଭିନ୍ନ ପ୍ରଣାଳୀର ପରାମର୍ଶ ଦେଇଥାନ୍ତି। ଏହି କ୍ଷେତ୍ରରେ ଥିବା ମନୋବିଜ୍ଞନୀ ଗବେଷଣାରେ ଧ୍ୟାନ ପ୍ରଦାନ କରିଥାନ୍ତି ତେଣୁ ସେମାନେ ନିଜକୁ ୟୁନିଭର୍ସିଟି ବା ଗବେଷଣା ଅନୁଷ୍ଠାନ ସହିତ ଜଡ଼ିତ କରିଥାନ୍ତି।
Applied Psychology

ଆପ୍ଲାଏଡ୍‌ ମନୋବିଜ୍ଞାନ

ପ୍ରାୟୋଗିକ ଶାଖା ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବା ପାଇଁ ମନସ୍ତାତ୍ତ୍ବିକ ନିୟମର ପ୍ରୟୋଗର ବିବେଚନା କରିଥାଏ। ଏହି କ୍ଷେତ୍ରରେ ଥିବା ମନୋବିଜ୍ଞାନୀ ଜଣେ ସ୍କୁଲ୍ ପରାମର୍ଶଦାତା, ଥେରାପିଷ୍ଟ, ସ୍ବାସ୍ଥ୍ୟ ମନୋବିଜ୍ଞାନୀ ବା ଆପରାଧିକ ମନୋବିଜ୍ଞାନୀ ରୂପେ କାର୍ଯ୍ୟ କରିପାରନ୍ତି।

ଆପ୍ଲାଏଡ୍‌ ମନୋବିଜ୍ଞାନ

ସମ୍ପୂର୍ଣ୍ଣ / ଆପ୍ଲାଏଡ୍‌ ମନୋବିଜ୍ଞାନର କିଛି ଶାଖା

ମସ୍ତିଷ୍କ ମନୋବିଜ୍ଞାନୀ ଓ ସଜ୍ଞନାତ୍ମକ ମନୋବିଜ୍ଞାନ

ଏହି କ୍ଷେତ୍ରରେ ଥିବା ମନୋବିଜ୍ଞାନୀ ମନୁଷ୍ୟ ମନ କିପରି ଚିନ୍ତା କରେ, ମନେ ରଖେ ଓ ଶିକ୍ଷା ଗ୍ରହଣ କରେ ସେ ବିଷୟରେ ଅଧ୍ୟୟନ କରିଥାନ୍ତି। ଏହି କ୍ଷେତ୍ରରେ ରହିଥିବା କେତେକ ମଜାଦାର ବିଷୟ ହେଉଛି ବିଭିନ୍ମ ପ୍ରକାର ସ୍ମରଣ ଶକ୍ତିକୁ ଦେଖିବା ଓ ଜ୍ଞାନ ଯଥା ପ୍ରୋସିଡିଓରାଲ୍ ବା ଡିକ୍‌ଲାରେଟିଭ୍‌, ଧାରଣା, ସମସ୍ୟା ସମାଧାନ ଓ ମାନସିକ କଳ୍ପନା।

ବିକାଶମୂଳକ ମନୋବିଜ୍ଞାନ

ବିକାଶମୂଳକ ମନୋବିଜ୍ଞାନୀ ଲୋକମାନେ କିପରି ବିକଶିତ ହୋଇଥାନ୍ତି ଓ ଜୀବନ ସହିତ କିପରି ଖାପ ଖୁଆଇଥାନ୍ତି ସେ ବିଷୟରେ ଅଧ୍ୟୟନ କରିଥାନ୍ତି। ଏଥିରେ ଅନ୍ତର୍ଭୁକ୍ତ ରହିଛି ଶିଶୁ କିପରି ସହାନୁଭୂତି ଶିକ୍ଷା କରିଥାନ୍ତି ଓ ଯୋଗାଯୋଗ କରିଥାନ୍ତି, ଅଭିଭାବକତ୍ବ ଶୈଳୀ, ସମୟ ସହିତ ବ୍ୟବହାରରେ ପରିବର୍ତ୍ତନ।

ସାମାଜିକ ମନୋବିଜ୍ଞାନ

ଏହି କ୍ଷେତ୍ରରେ ଥିବା ଗବେଷକ ମାନେ ଲୋକମାନଙ୍କର ଦୁନିଆଁ ସହିତ ରହିଥିବା ଧାରଣା ବିଷୟରେ ବୁଝିବାକୁ ଚେଷ୍ଟା କରିଥାନ୍ତି ଏବଂ ‘‘ଏହି ଧାରଣା କିପରି ଆମର ପସନ୍ଦ ଓ ବିଶ୍ବାସକୁ ପ୍ରଭାବିତ କରେ’’ ତାହାକୁ ବୁଝିଥାନ୍ତି। ଏଥିରେ ଅନ୍ତର୍ଭୁକ୍ତ ଥିବା କେତେକ ମଜାଦାର ବିଷୟ ହେଉଛି ବାଇଷ୍ଟାଣ୍ଡର ଇଣ୍ଟରଭେନ୍‌ସନ, ମୋର୍ଟାଲିଟି (ଜିମ୍ବାର୍‌ଡୋ ଓ ମିଲ୍‌ଗ୍ରାମ), ଓ ନିଜର ମନୋବିଜ୍ଞାନ।

ଜଳବାୟୁ ଓ ପରିବେଶୀୟ ମନୋବିଜ୍ଞାନ

ଏହି କ୍ଷେତ୍ରରେ ଥିବା ଗବେଷକ ଲୋକମାନଙ୍କର ପରିବେଶ କିପରି ତାଙ୍କର ପାରସ୍ପରିକ ପ୍ରତିକ୍ରିୟା ଓ ବ୍ୟବହାରକୁ ପ୍ରଭାବିତ କରିଥାଏ ତାହା ଉପରେ ଅଧ୍ୟୟନ କରିଥାନ୍ତି। ଉଦାହରଣସ୍ବରୂପ, ରିପୋର୍ଟରୁ ଜଣାଯାଇଛି ଯେ ପ୍ରତିଦିନ 30 ମିନିଟ୍ ବାହାରେ ଚାଲିବା ଦ୍ବାରା ଜଣଙ୍କର ମନ ସକାରାତ୍ମକ ଭାବରେ ପ୍ରଭାବିତ ହୋଇଥାଏ। ପାଣିପାଗ ମନୋବିଜ୍ଞାନୀ ଏହିସବୁ ବିଷୟକୁ ଅଧ୍ୟୟନ କରିଥାନ୍ତି ଯାହାକି ଚାପକୁ ଦୂର କରିବାରେ ସହାୟତା କରିଥାଏ। ଅନ୍ୟାନ ଲୋକପ୍ରିୟ କ୍ଷେତ୍ର ହେଉଛି ବିବର୍ତ୍ତନ ଓ ବ୍ୟବହାରଗତ ମନୋବିଜ୍ଞାନ।

ଆପ୍ଲାଏଡ୍‌ ମନୋବିଜ୍ଞାନ

ପ୍ରାୟୋଗିକ ମନୋବିଜ୍ଞାନ ହେଉଛି ଏକ ବ୍ୟାପକ ବିଷୟ ଯେଉଁଥିରେ ଏହାର ଉପକ୍ଷେତ୍ର ଗୁଡ଼ିକରେ ବହୁ ମାତ୍ରାରେ ଓଭରଲାପ୍ ରହିଥିବା ଦେଖାଯାଏ। ଏଥିରେ ଅନେକ ବିଷୟ ରହିଛି ଓ ଅନେକ ସମୟରେ ଏହି କ୍ଷେତ୍ରରେ ଥିବା ଗବେଷକମାନେ ଅନ୍ୟମାନଙ୍କ ସହିତ ମିଶି ବିଭିନ୍ନ ଥିଓରୀ ଓ ଅଭ୍ୟାସର ସ୍ଥାପନା କରିଥାନ୍ତି। ଓଭରଲାପିଂ ଡିଗ୍ରୀର ଏକ ଉଦାହରଣ ହେଉଛି କ୍ରୀଡ଼ା ମନୋବିଜ୍ଞାନ ଯାହାକୁ କାଉନ୍‌ସେଲିଂ ମନୋବିଜ୍ଞାନୀ ତଥା କ୍ଲିନିକାଲ୍ ମନୋବିଜ୍ଞାନୀଙ୍କ ଦ୍ବାରା ଅଭ୍ୟାସ କରାଯାଇଥାଏ। ଓଭରଲାପିଂ ବିଷୟର ଏକ ଉଦାହରଣ ହେଉଛି ଧମକାଇବା ଯାହାକୁ କାଉନ୍‌ସେଲିଂ ତଥା ଶିକ୍ଷା ମନୋବିଜ୍ଞାନୀଙ୍କ ଦ୍ବାରା ଦେଖାଯାଇଥାଏ। ଆପ୍ଲାଏଡ୍‌ ମନୋବିଜ୍ଞାନରେ ଥିବା କିଛି ଶାଖା ମଧ୍ୟ ମନୋଚିକିତ୍ସକଙ୍କ ସହିତ କାର୍ଯ୍ୟ କରିଥାଏ।
ନିମ୍ନରେ ଏହି ଶାଖାର କିଛି ଉଦାହରଣ ଦିଆଯାଇଛି:

ପରାମର୍ଶ ମନୋବିଜ୍ଞାନ

ମନୋବିଜ୍ଞାନ ପରାମର୍ଶରେ ଅନେକ ସଂସ୍କୃତିଗତ ସମ୍ବେଦନଶୀଳ ଅଭ୍ୟାସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ଯଦ୍ବାରା ଲୋକମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଆସିପାରିଥାଏ, ଚାପ ଦୂର ହୋଇଥାଏ, ସମସ୍ୟାର ସମାଧାନ ହୋଇଥାଏ ଓ ସେମାନେ ନିଜ ଜୀବନରେ ଉତ୍କର୍ଷତାର ସହିତ କାର୍ଯ୍ୟ କରିପାରିଥାନ୍ତି।

କ୍ଲିନିକାଲ୍ ମନୋବିଜ୍ଞାନ

ଏହା ପ୍ରତିକାର, ଆକଳନ, ନିରୁପଣ ଓ ଚିକିତ୍ସା ମାଧ୍ୟମରେ ବ୍ୟାପକ ତଥା ଜଟିଳ ମାନସିକ, ଆବେଗିକ ଓ ବ୍ୟବହାରଗତ ସମସ୍ୟାକୁ ଦୂର କରିଥାଏ।

ସାମାଜିକ ମନୋବିଜ୍ଞାନ

ଏହି କ୍ଷେତ୍ରରେ ଥିବା ଗବେଷକ ମାନେ ଲୋକମାନଙ୍କର ଦୁନିଆଁ ସହିତ ରହିଥିବା ଧାରଣା ବିଷୟରେ ବୁଝିବାକୁ ଚେଷ୍ଟା କରିଥାନ୍ତି ଏବଂ ‘‘ଏହି ଧାରଣା କିପରି ଆମର ପସନ୍ଦ ଓ ବିଶ୍ବାସକୁ ପ୍ରଭାବିତ କରେ’’ ତାହାକୁ ବୁଝିଥାନ୍ତି। ଏଥିରେ ଅନ୍ତର୍ଭୁକ୍ତ ଥିବା କେତେକ ମଜାଦାର ବିଷୟ ହେଉଛି ବାଇଷ୍ଟାଣ୍ଡର ଇଣ୍ଟରଭେନ୍‌ସନ, ମୋର୍ଟାଲିଟି (ଜିମ୍ବାର୍‌ଡୋ ଓ ମିଲ୍‌ଗ୍ରାମ), ଓ ନିଜର ମନୋବିଜ୍ଞାନ।

ଶିକ୍ଷାଗତ ମନୋବିଜ୍ଞାନ

ଶିକ୍ଷାଗତ ମନୋବିଜ୍ଞାନୀ ମନୁଷ୍ୟର ବିକାଶ ଥିଓରୀକୁ ପ୍ରୟୋଗ କରିଥାଏ ତଥା ମନୁଷ୍ୟର ପଠନ ଷ୍ଟାଇଲ୍‌କୁ ଅଧ୍ୟୟନ କରିଥାଏ ଓ ନିର୍ଦ୍ଦେଶମୂଳକ ପ୍ରକ୍ରିୟାକୁ ସୂଚୀତ କରିଥାଏ। ସ୍କୁଲ୍‌ରେ ଶିକ୍ଷକ ଓ ଛାତ୍ରଙ୍କ ସହିତ ଆଲୋଚନା ହେଉଛି ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଶିକ୍ଷା ହେଉଛି ଜୀବନବ୍ୟାପୀ ଏକ ନିରନ୍ତର ପ୍ରକ୍ରିୟା। ଲୋକମାନେ କେବଳ ସ୍କୁଲ୍‌ରୁ ଶିକ୍ଷା ଗ୍ରହଣ କରିନଥାନ୍ତି ବରଂ ସେମାନେ କାର୍ଯ୍ୟ ସ୍ଥଳ, ସାମାଜିକ ପରିସ୍ଥିତି ଓ ଅନେକ ସରଳ କାର୍ଯ୍ୟରୁ ମଧ୍ୟ ଶିକ୍ଷା ଗ୍ରହଣ କରିଥାନ୍ତି। ଏହି ଉପକ୍ଷେତ୍ରରେ କାର୍ଯ୍ୟ କରୁଥିବା ମନୋବିଜ୍ଞାନୀ ମାନେ ଲୋକମାନେ ବିଭିନ୍ନ ପରିସ୍ଥିତିରେ କିପରି ଶିକ୍ଷା ଗ୍ରହଣ କରିଥାନ୍ତି ତାହାକୁ ପରୀକ୍ଷା କରିଥାନ୍ତି ଓ ଏହାକୁ କିପରି ଅଧିକ ଫଳପ୍ରଦ କରାଯାଇପାରିବ ତାହାକୁ ଚିହ୍ନଟ କରିଥାନ୍ତି। ଉପରେ ବର୍ଣ୍ଣିତ ବିଷୟ ଏହି ବ୍ୟାପକ ବିଷୟର କିଛି ଉଦାହରଣ ପ୍ରଦାନ କରଛି।
X