लिव लव लाफ...
ଆର୍ଟିକଲେ. ପୂର୍ବଲିଷେଦ ଓଂ ମେ 15, ୨୦୧୯

ପୁରୁଷଙ୍କ ଠାରେ ଅବସାଦ ଓ ଉଦ୍‌ବିଗ୍ନତା

Depression in Men

2015 ରେ 322 ନିୟୁତ ଲୋକମାନେ ଅବସାଦରେ ପୀଡ଼ିତ ଥିଲେ। ନିକଟ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି। ଡବ୍ଲୁଏଚ୍‌ଓ ଅନୁସାରେ, ଯେହେତୁ ଅବସାଦ ଓ ଉଦ୍‌ବିଗ୍ନତା ବିଷୟରେ କମ୍ ସଚେତନତା ଓ ସହାୟତା ରହିଛି, ତେଣୁ ପ୍ରତି ବର୍ଷ ସାରା ବିଶ୍ବରେ ଏକ ଟ୍ରିଲିୟନ ୟୁଏସ୍‌ ଡଲାରର କ୍ଷତି ହେଉଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଏହା ଅଧିକ ଦେଖା ଦେଇଥାଏ। ଏହା ଆଂଶିକ ଭାବରେ ବଂଶଗତ ଓ ପାରିବାରିକ ହୋଇପାରେ। ଏହାବ୍ୟତୀତ କାହିଁକି ମହିଳାଙ୍କ ପରି ପୁରୁଷଙ୍କ ଠାରେ ଏହାକୁ ନିରୁପିତ କରାଯାଇ ପାରିନଥାଏ ଏହାର ଅନେକ ଗୁଡ଼ିଏ କାରଣ ରହିଛି ଯାହାକୁ ନିମ୍ନରେ ପ୍ରଦାନ କରାଯାଇଛି :

ପୁରୁଷଙ୍କ ଠାରେ ଅବସାଦର ଲକ୍ଷଣକୁ ଚିହ୍ନଟ କରିବାରେ ବିଫଳତା : ପୁରୁଷମାନଙ୍କ ଠାରେ ସାଧାରଣତଃ କମ୍ ଅବସାଦର ଲକ୍ଷଣ ନିରୁପିତ ହୋଇ ପାରିଥାଏ କାରଣ ଏହା ଅନ୍ୟ କିଛି ପ୍ରାଥମିକ ଲକ୍ଷଣ ଆକାରରେ ଦେଖା ଦେଇଥାଏ।
  • ଶାରିରୀକ ଲକ୍ଷଣ : ଯଥା ପିଠିରେ ଯନ୍ତ୍ରଣା, ବାରମ୍ବାର ମୁଣ୍ଡବିନ୍ଧା, ପାଚନ କ୍ରିୟାରେ ସମସ୍ୟା, କ୍ଳାନ୍ତପଣ, ନିଦ୍ରାରେ ସମସ୍ୟା ଓ ସେକ୍ସୁଆଲ୍ ସମସ୍ୟା। ଏହି ଲକ୍ଷଣଗୁଡ଼ିକ ବିଶେଷତଃ ସାଇକୋସୋମାଟିକ ଅଟେ ଅର୍ଥାତ୍ ଏଗୁଡ଼ିକ ଶାରିରୀକ ସମସ୍ୟା ଯାହାକି ମାନସିକ ଚାପ କାରଣରୁ ଦେଖା ଦେଇଥାଏ। ଏହି କ୍ଷେତ୍ରରେ ଅବସାଦ କାରଣରୁ ଦେଖା ଦେଇଥାଏ।
  • କ୍ରୋଧ : ଅବସାଦ କ୍ଷେତ୍ରରେ ପୁରୁଷମାନେ ମହିଳାଙ୍କ ତୁଳାନରେ ଅଧିକ କ୍ରୋଧ ଓ ଚିଡ଼ିଚିଡ଼ାପଣ ପ୍ରକାଶ କରିଥାନ୍ତି। ବେଳେବେଳେ ଏହି କ୍ରୋଧ ହିଂସାର ରୂପ ନେଇପାରେ, ଓ କେତେକ ଜଟିଳ କ୍ଷେତ୍ରରେ ଅବସାଦରେ ପୀଡ଼ିତ ବ୍ୟକ୍ତି ଆକ୍ରମଣାତ୍ମକ ହୋଇପାରେ।
  • ବିଶୃଙ୍ଖଳିତ ବ୍ୟବହାର ଅବସାଦରେ ପୀଡ଼ିତ ଲୋକମାନେ ବିପଦପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିପାରନ୍ତି ଯଥା ଗାଳି କରିବା ବା ଏପରି କିଛି କାର୍ଯ୍ୟ କରିବା ଯଦ୍ବାରା ସେ ତାଙ୍କର ବା ଅନ୍ୟମାନଙ୍କର କ୍ଷତି କରିପାରନ୍ତି। ଅବସାଦରେ ପୀଡ଼ିତ ଲୋକମାନେ ମଧ୍ୟ ବାରମ୍ବାର ଏହିପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ସୁପାରିଶ୍‌କୃତ ଚିକିତ୍ସା ପ୍ରଣାଳୀ ସାଧାରଣତଃ ମୂଳ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ଲକ୍ଷଣକୁ ଦୂର କରିବାରେ ଧ୍ୟାନ ପ୍ରଦାନ କରେ । ଏହି କ୍ଷେତ୍ରରେ ଅବସାଦର ମୂଳ କାରଣକୁ ଚିକିତ୍ସା ନକରି ଏହାର ଲକ୍ଷଣ ଯଥା ମୁଣ୍ଡବିନ୍ଧା ବା ଅନ୍ୟାନ୍ୟ ଅସୁସ୍ଥତାର ଚିକିତ୍ସା କରିବା


Downplaying symptoms of Depression
ଅବସାଦର ଲକ୍ଷଣକୁ ଅଣଦେଖା କରିବା

ନିଜକୁ ଦୁର୍ବଳ ବା ଅବସାଦଗ୍ରସ୍ତ ଥିବା ନଦର୍ଶାଇବା ପାଇଁ ପୁରୁଷମାନେ ସାଧାରଣତଃ ମାନସିକ ଅସୁସ୍ଥତାକୁ ଅଣଦେଖା କରିଥାନ୍ତି। ପାରମ୍ପରିକ ଭାବରେ ସାମାଜିକ ବ୍ୟବସ୍ଥା ହେତୁ ପୁରୁଷମାନେ ଏହାକୁ ସ୍ବୀକାର କରିନଥାନ୍ତି ତେଣୁ ସେମାନେ ଏହାକୁ ଅଣଦେଖା କରିଥାନ୍ତି, ଚାପିଥାନ୍ତି ଓ ଅବସାଦର ଲକ୍ଷଣକୁ ଲୁଚାଇ ରଖିଥାନ୍ତି।

ମାନସିକ ଅସୁସ୍ଥତାର ଚିକିତ୍ସାକୁ ପ୍ରତିରୋଧ କରିବା

ସେମାନଙ୍କର ମାନସିକ ଅସୁସ୍ଥତା ବିଷୟରେ ସଠିକ ଭାବରେ ପରିପ୍ରକାଶ କରିପାରିନଥାନ୍ତି। ଅବସାଦରେ ପୀଡ଼ିତ ଥିବା ଲୋକ ଏହା ମନେ କରନ୍ତି ଯେ ଏହି ସମସ୍ୟା ତାଙ୍କର କ୍ୟାରିୟର ବ ସାମାଜିକ ଅବସ୍ଥାକୁ ପ୍ରଭାବିତ କରିପାରେ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଏହି ମାନସିକ ସ୍ଥିତିକୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରତ୍ୟାଖ୍ୟାନ କରିଥାନ୍ତି ବା ଏହାର ଚିକିତ୍ସା ଗ୍ରହଣ କରିବାକୁ ମନା କରିଥାନ୍ତି, ଯଦି ବା ସେମାନେ ସାହାଯ୍ୟ ନେବା ବିଷୟରେ ଚିନ୍ତା କରୁଥାନ୍ତି। ଏହା ଗୁରୁତ୍ବପୂର୍ଣ୍ଣ ଯେ ଅବସାଦରେ ପୀଡ଼ିତ ଥିବା ଲୋକମାନେ ଡାକ୍ତରୀ ପରାମର୍ଶ ଗ୍ରହଣ କରିବ ଆବଶ୍ୟକ ଯଦ୍ବାରା ଏହାର ସଠିକ୍ ସମୟରେ ଚିକିତ୍ସା କରାଯାଇପାରିବ।

ଏହି ଅବସାଦକୁ ହ୍ରାସ ତଥା ପ୍ରତିହତ କରିବା ପାଇଁ, ଆମେ ଏହା ପୁରୁଷ ଓ ମହିଳାଙ୍କ ଠାରେ ଦେଖା ଦେବାର ବିଭିନ୍ନ ପ୍ରକାର ବିଷୟରେ ଜାଣିବା ଆବଶ୍ୟକ। ପୁରୁଷମାନେ ମଧ୍ୟ ଅବସାଦର ଶୀକାର ହୋଇପାରନ୍ତି ବୁଝିବା ଦ୍ବାରା ଏହା ବିଷୟରେ ସଚେତନତା ବୃଦ୍ଧି କରାଯାଇପାରିବ ଓ ଫଳପ୍ରଦ ଉପାୟରେ ଏହାର ନିୟନ୍ତ୍ରଣ କରାଯାଇପାରିବ। ଏହା ସହିତ ଲକ୍ଷଣ ଓ ସଙ୍କେତରେ ଲିଙ୍ଗଗତ ପାର୍ଥକ୍ୟକୁ ଜାଣିବା ଦ୍ବାରା ଏହାକୁ ଅଣଦେଖା କରୁଥିବା ଲୋକମାନଙ୍କର ସଠିକ ଚିକିତ୍ସା କରାଯାଇପାରିବ। ବର୍ତ୍ତମାନ ମନସ୍ତତ୍ତ୍ବବିତମାନେ ସମସ୍ୟା ତୁଳନାରେ ଲକ୍ଷ୍ୟଣର ଚିକିତ୍ସା କରୁଛନ୍ତି – ଏହାର ସବିଶେଷକୁ ଭଲ ଭାବରେ ବୁଝିବା ଦ୍ବାରା, ତଥା ଏହା କିପରି ପୁରୁଷ ଓ ମହିଳାଙ୍କ ଠାରେ ଭିନ୍ନ ଭିନ୍ନ ଭାବରେ ଦେଖାଦିଏ ତାହାକୁ ଜାଣିବା ଦ୍ବାରା ସାମଗ୍ରୀକ ଭାବରେ ଅବସାଦର ସ୍ତରକୁ ହ୍ରାସ କରାଯାଇପାରିବ।


ଆପଣଙ୍କ ନିକଟରେ ପେଶାଗତ ସହାୟତା ପାଇବା ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ

X